ମୁଖ୍ୟ ସମାଚାର

ତମାଖୁ ସେବନ ଦ୍ବାରା ୨୨% କର୍କଟ ହୋଇଥାଏ

ତମାଖୁ ସେବନ ଦ୍ବାରା ୨୨% କର୍କଟ ହୋଇଥାଏ




ଚନ୍ଦ୍ରଶେଖରପୁର: ମଣିଷ ଶରୀରରେ ଥିବା ସେଲ୍‌ଗୁଡ଼ିକର ଅସ୍ବାଭାବିକ ବୃଦ୍ଧି ହିଁ କର୍କଟ ରୋଗର ମୁଖ୍ୟ କାରଣ। ସାରା ବିଶ୍ୱରେ ପ୍ରତିବର୍ଷ ହେଉଥିବା ମୋଟ ମୃତ୍ୟୁ ସଂଖ୍ୟା ମଧ୍ୟରୁ ପ୍ରାୟ ୧୩ ପ୍ରତିଶତ ଲୋକ ଏହି ରୋଗରେ ପ୍ରାଣ ହରାଇଥାନ୍ତି, ଯାହାକି ପ୍ରାୟ ୮.୨ ମିଲିଅନ୍। ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଏହାର ଅନୁପାତ ଶତକଡ଼ା ୭୦ ପ୍ରତିଶତ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି କଳିଙ୍ଗ ହସପିଟାଲ୍‌ କ୍ୟାନସର୍ ସର୍ଜନ୍ କନସଲଟାଣ୍ଟ ଡ. ପ୍ରଭାସ କୁମାର ମିଶ୍ର କହିଛନ୍ତି। ତାଙ୍କ କହିବାନୁଯାୟୀ, ବିଭିନ୍ନ ପ୍ରକାର କର୍କଟ ରୋଗ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଆଧୁନିକ ଜୀବନଯାପନ ପ୍ରଣାଳୀ ଦ୍ୱାରା ହୋଇଥାଏ। ବିଶ୍ୱରେ ପ୍ରାୟ ୨୨ ପ୍ରତିଶତ କର୍କଟ ରୋଗଜନିତ ମୃତ୍ୟୁ ଟବାକୋ ସେବନ ଦ୍ୱାରା ହୁଏ। ୭୦ପ୍ରତିଶତ ଫୁସଫୁସ୍ କର୍କଟ ଧୂମପାନ ଦ୍ୱାରା ହିଁ ଘଟିଥାଏ। ଧୂମପାନ କରୁ ନଥିବା ଲୋକେ ଟବାକୋକୁ ଚୋବାଇବା ଦ୍ୱାରା ମୁଖ, ପାକସ୍ଥଳୀ, କିଡ୍‌ନି, ଲିଭର୍ ଓ ପାନକ୍ରିଆସ୍ ଆଦିରେ କର୍କଟ ରୋଗ ହୁଏ। ଅଧିକ ରେଡମିଟ୍ ଖାଇଲେ କଲୋରେକ୍ଟାଲ୍ କର୍କଟ, ମଦ୍ୟପାନ ଓ ସିଗାରେଟ୍ ସେବନ ମୁଖ ଗହ୍ବର, ଫ୍ୟାରିନିକ୍ସ(ତଣ୍ଟି), ଲ୍ୟାରିଂକ୍ସ(କଣ୍ଠନଳୀ), ଓଏସୋଫାଗସ୍, ଲିଭର୍, କଲୋରେକ୍ଟମ୍ ଓ ସ୍ତନରେ କର୍କଟ ରୋଗ ସୃଷ୍ଟି କରିଥାଏ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ସେ ପରାମର୍ଶ ଦେଇଛନ୍ତି ଯେ ସବୁଜ ପନିପରିବା ଖାଇବା, ଦୈନିକ ଶାରୀରିକ ବ୍ୟାୟାମ, ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ବ୍ୟାଧିକୁ ରୋକାଯାଇ ପାରିବ। ତେବେ ପ୍ରାଥମିକସ୍ତରରୁ ଟିକାକରଣ କରିବା ଦ୍ୱାରା ଇନଫେକ୍ସନ୍ ନିୟନ୍ତ୍ରିତ ହୋଇ କର୍କଟ ରୋଗରୁ ନିରାକରଣ ମିଳିଥାଏ। ପରିବେଶ ପ୍ରଦୂଷଣ ଦ୍ବାରା ୧-୪ ପ୍ରତିଶତ କର୍କଟ ରୋଗ ହେବା ପାଇଁ ଦାୟୀ। କଳ କାରଖାନାରେ କାମ କରୁଥିବା ଶ୍ରମିକମାନେ ପ୍ରାୟ ୪୦ରୁ ଅଧିକ ରାସାୟନିକ ପଦାର୍ଥ କାର୍ସିନୋଜେନ୍‌ର ପ୍ରଭାବରେ ବିଭିନ୍ନ କର୍କଟ ରୋଗ ଯଥା- ଲଙ୍ଗସ୍, ଲାରିନକ୍ସ୍, ୟୁରିନାରି ବ୍ଲାଡର୍, ନାସୋ- ଫ୍ୟାରିନକ୍ସ, ଚର୍ମ କର୍କଟରେ ପୀଡ଼ିତ ହୋଇଥାନ୍ତି। ରାଡୋନ୍ ଗ୍ୟାସ୍ ର ପ୍ରଭାବରେ ମଧ୍ୟ ୩-୪ପ୍ରତିଶତ ଲଙ୍ଗ୍‌ସ କର୍କଟ ହୋଇଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ୨୦୧୩-୨୦୨୦ ଆକ୍ସନ୍ ପ୍ଲାନ୍ ଅନୁସାରେ କର୍କଟ ରୋଗକୁ ଭବିଷ୍ୟତରେ ପ୍ରାୟ ୨୫ ପ୍ରତିଶତ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି।

Share this:

Post a Comment

 
Copyright © NEWS 24x7. Designed by iDream Management College Student