ମୁଖ୍ୟ ସମାଚାର

ମହାଶିବରାତ୍ରି ପାଇଁ ସେବାୟତଙ୍କ ଆଲୋଚନା : ରାତି ୧୦ଟାରେ ଉଠିବ ମହାଦୀପ

ମହାଶିବରାତ୍ରି ପାଇଁ ସେବାୟତଙ୍କ ଆଲୋଚନା : ରାତି ୧୦ଟାରେ ଉଠିବ ମହାଦୀପ




ପୁରୁଣା ଭୁବନେଶ୍ୱର : ମାର୍ଚ ୪ ତାରିଖରେ ମହାଶିବରାତ୍ରି। ଆଜି ବିଭିନ୍ନ ନିଯୋଗ ପ୍ରତିନିଧି ଓ ସେବାୟତମାନଙ୍କୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ସବୁ ନୀତି ଯେପରି ଶୃଙ୍ଖଳିତ ହେବ ସେ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ମନ୍ଦିର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ମହାଶିବରାତ୍ରି ପୂର୍ବ ଦିନ ଅର୍ଥାତ ମାର୍ଚ ୩ ତାରିଖ ରାତି ୨ଟା ୩୦ ପରେ ମନ୍ଦିର ଖୋଲାଯିବ। ରାତି ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବ। ଏହା ପରେ ସାଢ଼େ ୧୦ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ଅପରାହ୍ଣ ୩ଟା ୪୫ରୁ ୪ଟା ୪୫ମିନିଟ୍‌ ପର୍ଯ୍ୟନ୍ତ ଏବଂ ମହାଦୀପ ଉଠିବା ପରେ ରାତି ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ପୂର୍ବ ବର୍ଷରେ ନୀତି ବିଳମ୍ୱ ହୋଇଥିବାରୁ ଚଳିତ ବର୍ଷ ଯେପରି ନିର୍ଧାରିତ ସମୟରେ ମହାଦୀପ ଉଠିବ ସେ ନେଇ ଆଲୋଚନାରେ ଗୁରୁତ୍ବ ଦିଆଯାଇଥିଲା। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସେବାୟତ ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଥିଲା। ତେବେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ସମନ୍ୱୟ ବୈଠକରେ ଚୂଡ଼ାନ୍ତି ନିଷ୍ପତ୍ତି ନିଆଯିବ ବୋଲି ମନ୍ଦିର ପ୍ରଶସନ ପକ୍ଷରୁ କୁହାଯାଇଛି।

Share this:

Post a Comment

 
Copyright © NEWS 24x7. Designed by iDream Management College Student