ମୁଖ୍ୟ ସମାଚାର

ଆସାମ ସିରିଜ୍‌ ବିସ୍ଫୋରଣ ମାମଲା : ଏନ୍‌ଡିଏଫ୍‌ବି ମୁଖ୍ୟ ସମେତ ୧୪ ଦୋଷୀ ସାବ୍ୟସ୍ତ

ଆସାମ ସିରିଜ୍‌ ବିସ୍ଫୋରଣ ମାମଲା : ଏନ୍‌ଡିଏଫ୍‌ବି ମୁଖ୍ୟ ସମେତ ୧୪ ଦୋଷୀ ସାବ୍ୟସ୍ତ


ନୂଆଦିଲ୍ଲୀ : ୨୦୦୮ ଆସାମ ସିରିଜ୍‌ ବୋମା ବିସ୍ଫୋରଣ ମାମଲାରେ ଆଜି ଏନ୍‌ଡିଏଫ୍‌ବି (ନ୍ୟାସନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ ଅଫ୍‌ ବୋଡ଼ୋଲାଣ୍ଡ୍‌) ମୁଖ୍ୟ ରଞ୍ଜନ ଡାଏମରିଙ୍କ ସମେତ ୧୪ ଜଣ ଦୋଷୀସାବ୍ୟସ୍ତ ହୋଇଛନ୍ତି। ୨୦୦୮ ମସିହାର ଏହି ସିରିଜ୍‌ ବୋମା ବିସ୍ଫୋରଣରେ ୮୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଜି ଏହି ମାମଲାରେ ସ୍ବତନ୍ତ୍ର ସିବିଆଇ ବିଚ‌ାରପତି ଅପରେଶ ଚକ୍ରବର୍ତ୍ତୀ ଏନ୍‌ଡିଏଫ୍‌ବି ମୁଖ୍ୟଙ୍କ ସମେତ ୧୪ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ଏନ୍‌ଡିଏଫ୍‌ବି ମୁଖ୍ୟ ରଞ୍ଜନଙ୍କ ବାଦ୍‌ ଅନ୍ୟ ଦୋଷୀମାନେ ହେଉଛନ୍ତି ଜର୍ଜ‌୍ ବୋଡ଼ୋ, ବି ଥରାଇ, ରାଜୁ ସରକାର, ନିଲିମ ଡାଏମରି, ଅଞ୍ଚାଇ ବୋଡ଼, ଇନ୍ଦ୍ରା ବ୍ରହ୍ମା, ଲୋକ ବାସୁମତାରି, ଖ‌ଗେଶ୍ବର ବାସୁମତରି, ପ୍ରଭାତ ବୋଡ଼ୋ, ଜୟନ୍ତ ବୋଡ଼ୋ, ଅଜୟ ବାସୁମତରି, ମ୍ରିଦୁଳ ଗୋରେ, ମଥୁରାମ୍‌ ବ୍ରହ୍ମା ଏବଂ ରାଜେନ୍‌ ଗୋୟରି।

Share this:

Post a Comment

 
Copyright © NEWS 24x7. Designed by iDream Management College Student