ୟୁପିରେ ବ‌ାୟୁସେନା ବିମାନ ଜଳିଗଲା

ୟୁପିରେ ବ‌ାୟୁସେନା ବିମାନ ଜଳିଗଲା



ଲକ୍ଷ୍ନୌ : ଭାରତୀୟ ବାୟୁସେନାର ଏକ ଜାଗୁଆର ଲଢ଼ୁଆ ‌ବୋମାବର୍ଷୀ ବିମାନ ଆଜି ଉତ୍ତରପ୍ରଦେଶର କୁଶିନଗର ସ୍ଥିତ ହାତେମପୁର ଜଙ୍ଗଲ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଛି ଜଳିଯାଇଛି। ତେବେ ସୌଭାଗ୍ୟକ୍ରମେ ପାଇଲଟ୍‌ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉକ୍ତ ବାୟୁସେନା ବିମାନ ଆଜି ରୁଟିନ୍‌ ଉଡ଼ାଣ କରୁଥିବାବେଳେ ପୂର୍ବାହ୍ନ ୧୧.୩୦ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଲ୍ଲେଖଯୋଗ୍ୟ ୨୦୧୮ ଜୁନ୍‌ରେ ଗୁଜରାଟର କଚ୍ଛରେ ମଧ୍ୟ ଭାରତୀୟ ବା‌ୟୁସେନାର ଅନ୍ୟ ଏକ ଜାଗୁଆର ଲଢ଼ୁ୍ଆ ବିମାନ ଜଳି ଯାଇଥିଲା ଏବଂ ଦୁର୍ଘଟଣାରେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିଲା।

Share this:

Post a Comment

 
Copyright © 2025 NEWS 24x7. Designed by iDream Management College Student