ମୁଖ୍ୟ ସମାଚାର

ଭାରତକୁ ପୁଣି ଫେରୁଛି କୁଷ୍ଠ

ଭାରତକୁ ପୁଣି ଫେରୁଛି କୁଷ୍ଠ



ନୂଆଦିଲ୍ଲୀ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ବିଶ୍ବରୁ କୁଷ୍ଠ ରୋଗ ବିଲୋପ ଘୋଷଣାର ପ୍ରାୟ ୧୮ ବର୍ଷ ପରେ ଏବେ ପୁଣିଥରେ ଭାରତରେ କୁଷ୍ଠରୋଗ ଉଦ୍‌ବେଗଜନକ ଭାବେ କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିବର୍ଷ ଭାରତରେ ଲକ୍ଷାଧିକ ଲୋକ କୁଷ୍ଠରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ୨୦୧୭-୧୮ରେ ଭାରତରେ ପ୍ରାୟ ୧.୨୬ ଲକ୍ଷ ଲୋକ କୁଷ୍ଠରୋଗରେ ପୀଡ଼ିତ ବୋଲି ଜଣାପଡ଼ିଥିଲା। ଏମାନଙ୍କ ମଧ୍ୟରେ ୪୦ ପ୍ରତିଶତ ମହିଳା ଏବଂ ପ୍ରାୟ ୧୨,୦୦୦ ଶିଶୁ ମଧ୍ୟ ରହିଥିଲେ। ଉତ୍ତରପ୍ରଦେଶ, ବିହାର, ମହାରା‌ଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ରେ ୨୦୧୭-୧୮ ମସିହାରେ ସବୁଠୁ ଅଧିକ କୁଷ୍ଠରୋଗ ମାମଲା ସାମ୍ନାକୁ ଆସିଛି। ବିହାରରେ ୧୪,୩୩୮, ଉତ୍ତରପ୍ରଦେଶରେ ୧୨,୫୮୩, ମହାରାଷ୍ଟ୍ରରେ ୯,୮୩୬, ପଶ୍ଚିମବଙ୍ଗରେ ୯,୧୭୫ ଏବଂ ଛତିଶଗଡ଼ରେ ୬,୪୯୯ କୁଷ୍ଠ ମାମଲା ଦେଖିବାକୁ ମିଳିଛି। ପ୍ରତିବର୍ଷ ବିଶ୍ବରେ ୨ ଲକ୍ଷ କୁଷ୍ଠରୋଗ ମାମଲା ଆସୁଥିବାବେଳେ ଏଥିରୁ ଅଧାରୁ ଅଧିକ ମାମଲା କେବଳ ଭାରତର।

Share this:

Post a Comment

 
Copyright © NEWS 24x7. Designed by iDream Management College Student