ମୁଖ୍ୟ ସମାଚାର

କଂ‌ଗ୍ରେସ ଜିତିଲେ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି

କଂ‌ଗ୍ରେସ ଜିତିଲେ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି


ରାୟପୁର: ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ବିଜୟୀ ହେଲେ ଦେଶର ସମସ୍ତ ଗରିବ ଲୋକଙ୍କୁ ସର୍ବନିମ୍ନ ଅାୟର ଗ୍ୟାରେଣ୍ଟି ମିଳିବ। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରରେ ମୋଦୀ ସରକାର ଚାଷୀମାନଙ୍କ ପାଇଁ ଏକ ବଡ଼ ଧରଣର ପ୍ୟାକେଜ ଯୋଜନା କରୁଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ଦେଶରୁ ଦାରିଦ୍ରୢ ଏବଂ କ୍ଷୁଧା ହଟାଇବା ପାଇଁ ଏହା ଏକ ଐତିହାସିକ ପଦକ୍ଷେପ ହେବ। ପ୍ରତ୍ୟେକ ଗରିବ ଲୋକଙ୍କ ବ୍ୟାଙ୍କ୍‌ ଖାତାକୁ ସିଧାସଳଖ ଏହି ଅର୍ଥ ପଠାଯିବ। ଛତିଶଗଡ଼ରେ ଏକ ସଭାରେ ଉଦବୋଧନ ଦେବା ବେଳେ ରାହୁଲ ଏହି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହିତ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି ଯେ ଦେଶରେ ଏବେ ଧନୀ ଓ ଗରିବଙ୍କ ଦୁଇଟି ଭାରତ ପାଇଁ ମୋଦୀ ପ୍ରୟାସ କରୁଛନ୍ତି। ଆମେ କିନ୍ତୁ ଗୋଟିଏ ଭାରତକୁ ହିଁ ଦୃଷ୍ଟିରେ ରଖି କାର୍ଯ୍ୟ କରିବୁ।
ରାୟପୁରରେ ଆଜି ଅନୁଷ୍ଠିତ କୃଷକ ସମାବେଶରେ ଉଦ୍‌ବୋଧନ ଦେଇ ରାହୁଲ କହିଥିଲେ, ମନରେଗାରେ କଂଗ୍ରେସ ସରକାର ଯେଭଳି ୧୦୦ ଦିନର କର୍ମନିଯୁକ୍ତି ଗ୍ୟାରେଣ୍ଟି ଦେଇ ଏହାକୁ କାର୍ଯ୍ୟକାରୀ କରିଥିଲା, ସେଭଳି ସର୍ବନିମ୍ନ ଆୟକୁ ମଧ୍ୟ ସୁନିଶ୍ଚିତ କରାଯିବ। ଛତିଶଗଡ଼ର ଚାଷୀଙ୍କ ଋଣଛାଡ଼ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ୬୦୦୦ କୋଟି ଟଙ୍କା ନାହିଁ, କିନ୍ତୁ ଅନୀଲ ଅମ୍ବାନିଙ୍କ ପାଇଁ ୩୦ ହଜାର କୋଟି ଟଙ୍କା ରହିଛି ବୋଲି ସେ କଟାକ୍ଷ କରିଥିଲେ।

Share this:

Post a Comment

 
Copyright © NEWS 24x7. Designed by iDream Management College Student