ମୁଖ୍ୟ ସମାଚାର

ବିରୋଧୀ ୪‘ବି’କୁ ନେଇ ଆଗାମୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଜେପି ବି ୪‘ବି’କୁ ନେଇ ଲଢ଼ିବ: ଅମିତ୍‌ ଶାହା

ବିରୋଧୀ ୪‘ବି’କୁ ନେଇ ଆଗାମୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଜେପି ବି ୪‘ବି’କୁ ନେଇ ଲଢ଼ିବ: ଅମିତ୍‌ ଶାହା


ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଆଜି ବିରୋଧୀ ଦଳଗୁଡ଼ିକ ଉପରେ ପ୍ରବଳ ଆକ୍ରମଣ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ଯେ ବିରୋଧୀ ଦଳଗୁଡ଼ିକ ୪ଟି ‘ବି’କୁ ନେଇ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଜେପି ମଧ୍ୟ ୪ଟି ‘ବି’କୁ ନେଇ ଆଗାମୀ ନିର୍ବାଚନ ଲଢ଼ିବ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା ବିରୋଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ସେମାନେ ୪ଟି ‘ବି’ ‘ବୁଆ- ବବୁଆ’ (ମାୟାବତୀ- ଅଖିଲେଶ) ଓ ‘ଭାଇ- ବହେନ୍‌’ (ରାହୁଲ- ପ୍ରିୟଙ୍କା)ଙ୍କ ଭରସାରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ, ବିଜେପି ଯେଉଁ ୪ଟି ‘ବି’କୁ ଧରି ନିର୍ବାଚନ ମଇଦାନ୍‌କୁ ଓହ୍ଲାଇବ ସେ ୪ଟି ବି ହେଉଛି, ‘ବଢ଼ତା ଭାରତ’; ‘ବନତା ଭାରତ’। ତେଣୁ ଦେଶବାସୀ ବିଚାର କରିବେ କେଉଁ ‘ବି’ ଶାସନ କ୍ଷମତାକୁ ଆସିବ।
ସେହିପରି ବିରୋଧୀ ଦଳଙ୍କ ମହାଗଠବନ୍ଧନକୁ ସମାଲୋଚନା କରି ବିଜେପି ଅଧ୍ୟକ୍ଷ ଶ୍ରୀ ଶାହା କହିଛନ୍ତି ଯେ, ଦୁର୍ନୀତିରେ ଲିପ୍ତ ଦଳଗୁଡ଼ିକ କେବଳ ମାତ୍ର ନିଜକୁ ବଞ୍ଚାଇବା ଲକ୍ଷ୍ୟ ନେଇ ଏହି ମହାଗଠବନ୍ଧନ ତିଆରି କରିଛନ୍ତି। ଏହାର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ। ସେଥିପାଇଁ ମହାଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ପ୍ରତିଦିନ ନୂଆ ନୂଆ ଲୋକଙ୍କ ନାଁ ଶୁଣିବାକୁ ମିଳୁଛି।

Share this:

Post a Comment

 
Copyright © NEWS 24x7. Designed by iDream Management College Student