ମୁଖ୍ୟ ସମାଚାର

ନାଇଜେରୀୟ ଫୁଟ୍‌ବଲର୍‌ଙ୍କୁ କ୍ଷମା ମାଗିଲେ ଈଶା

ନାଇଜେରୀୟ ଫୁଟ୍‌ବଲର୍‌ଙ୍କୁ କ୍ଷମା ମାଗିଲେ ଈଶା



ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ଆର୍ସେନାଲ ଫୁଟବଲ୍ ଦଳର ସମର୍ଥକ ଈଶା ଗୁପ୍ତା ନାଇଜେରୀୟ ଫୁଟ୍‌ବଲର ଆଲେଜାଣ୍ଡାର ଇଓବିଙ୍କୁ ତାଙ୍କ ଶାରୀରିକ ଗଠନ ନେଇ ତାତ୍ସଲ୍ୟ କରିବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି। ଇଓବିଙ୍କୁ ନେଇ ଈଶା ଏବଂ ତାଙ୍କ ବନ୍ଧୁଙ୍କ ମଧ୍ୟରେ ହୋଇଥିବା‌ ୱାଟ୍‌ସଆପ୍ ବାର୍ତାଳାପର ଚିତ୍ର ପଦାକୁ ଆସିବା ପରେ ସେ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଇଓବିଙ୍କୁ ଈଶାଙ୍କ ବନ୍ଧୁ ଗରିଲା ବୋଲି ସମ୍ବୋଧନ କରିବା ସହ ତାଙ୍କ ପାଇଁ ବିବର୍ତନ ବନ୍ଦ ହୋଇଯାଇଛି, ସେ ନିଅନର୍ଡଥାଲରୁ ମାନବକୁ ବଦଳି ନାହାନ୍ତି ବୋଲି କହିଥିଲେ। ଈଶା ଏହାକୁ ପଢ଼ି ହସିବା ସହ ମୁଁ ଜାଣି ପାରୁନି, ତାଙ୍କୁ କାହିଁକି ବେଞ୍ଚରେ ବସାଇ ଦିଆଯାଉ ନାହିଁ ବୋଲି ଲେଖିଥିଲେ। ନିଜ ଭୁଲ ଜାଣି ଈଶା ପରେ ଏହି ବାର୍ତାଳାପକୁ ଡିଲିଟ୍ କରି ଦେଇଥିଲେ। ହେଲେ ସେତେବେ‌ଳକୁ ଏହାର ସ୍କ୍ରିନ୍ ସଟ୍ ସାମାଜିକ ଗଣମାଧ୍ୟମରେ ବ୍ୟାପ୍ତ ହୋଇ ଯାଇଥିଲା। ବିବାଦ ବଢ଼ିବା‌ ଦେଖି ଈଶା ଆଗୁଆ କ୍ଷମା ମାଗି ନେଇଥିଲେ। ଆର୍ସେନାଲର ଏକ ମ୍ୟାଚ୍‌ରେ ଇଓବି ଖରାପ ପ୍ରଦର୍ଶନ କରିବା ପରିପ୍ରେକ୍ଷୀରେ ଈଶା ଓ ତାଙ୍କ ବନ୍ଧୁ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଥିଲେ।

Share this:

Post a Comment

 
Copyright © NEWS 24x7. Designed by iDream Management College Student