ମୁଖ୍ୟ ସମାଚାର

ଛଦ୍ମ ନାମରେ ସ୍କୁଲ୍‌ ଯାଉଥିଲେ ଶ୍ରୁତି ହାସନ

ଛଦ୍ମ ନାମରେ ସ୍କୁଲ୍‌ ଯାଉଥିଲେ ଶ୍ରୁତି ହାସନ


ମୁମ୍ବାଇ : ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ବଡ଼ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ ନିଜ ବାପାଙ୍କ ଭଳି ବଲିଉଡ୍‌ର ଜଣେ ଜଣାଶୁଣା ବ୍ୟକ୍ତିତ୍ବ। ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶ୍ରୁତି ଜଣେ ସଫଳ ଅଭିନେତ୍ରୀ ହୋଇଥିବା ବେଳେ ଅନେକ ବଲିଉଡ୍‌ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। କିନ୍ତୁ ବଲିଉଡ୍‌ରେ ତାଙ୍କୁ ବି‌ଶେଷ ସଫଳତା ମିଳି ପାରିନି। ତେବେ ଶ୍ରୁତି କେବଳ ଜଣେ ଅଭିନେତ୍ରୀ ନୁହନ୍ତି ସେ ଅଭିନେତ୍ରୀ ହେବା ସହ ସେ ଜଣେ କଣ୍ଠଶିଳ୍ପୀ, ମଡେଲ ଏବଂ ମ୍ୟୁଜିକ୍‌ କମ୍ପୋଜର ମଧ୍ୟ। ୮ଟି ଭାଷା ଭଲ ଭାବରେ କହି ପାରୁଥିବା ଶ୍ରୁତି ସ୍କୁଲ ଯିବା ସମୟରେ ନିଜ ନାମ ବଦଳାଇ ଦେଇଥିଲେ। ସେ ଜଣେ ପ୍ରସିଦ୍ଧ ସୁପରଷ୍ଟାରଙ୍କ ଝିଅ ବୋଲି କେହି ନ ଜାଣିବା ପାଇଁ ଶ୍ରୁତି ନିଜ ନାଁ ପୂଜା ରାମଚନ୍ଦ୍ରନ ରଖିଥିଲେ। ସତକୁ ସତ, ଅନେକ ଦିନ ପର୍ଯ୍ୟନ୍ତ ତାଙ୍କର ଅସଲ ପରିଚୟ କେହି ବି ଜାଣି ପାରି ନଥିଲେ।

Share this:

Post a Comment

 
Copyright © NEWS 24x7. Designed by iDream Management College Student