ମୁଖ୍ୟ ସମାଚାର

ଖେଳ

ଖେଳ

ମନୋରଞ୍ଜନ

ମହାନଗର

Latest Updates

ସ୍ୱର୍ଗତ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ମର ଶରୀରର ଦାହ ସଂସ୍କାର କରାଯିବା ପରେ ଚିତାଭସ୍ମକୁ ଦିଆଯିବ କବର; ଜାଣନ୍ତୁ କାହିଁକି…

January 30, 2019

ସ୍ୱର୍ଗତ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ମର ଶରୀରର ଦାହ ସଂସ୍କାର କରାଯିବା ପରେ ଚିତାଭସ୍ମକୁ ଦିଆଯିବ କବର; ଜାଣନ୍ତୁ କାହିଁକି…


ନୂଆଦିଲ୍ଲୀ: ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ବର୍ଷିୟାନ୍‌ ରାଜନେତା ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ମର ଶରୀରକୁ ଆସନ୍ତା ବୁଧବାର ଦିନ ପ୍ରଥମେ ଦାହ ସଂସ୍କାର କରାଯିବା ପରେ ଚିତାଭସ୍ମକୁ କବର ଦିଆଯିବ ବୋଲି କହିଛନ୍ତି ସାମାଜିକ କର୍ମୀ ତଥା ସମତା ପାର୍ଟିର ପୂର୍ବତନ ଅଧ୍ୟକ୍ଷା ଜୟା ଜେଟଲି କହିଛନ୍ତି।

ଏସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଜୟା କହିଛନ୍ତି, ‘ପ୍ରଥମେ ସେ (ଜର୍ଜ ଫର୍ଣ୍ଣାଣ୍ଡିଜ୍‌) ଇଚ୍ଛା ପ୍ରକଟ କରିଥିଲେ ଯେ ମୁତ୍ୟୁ ପରେ ତାଙ୍କ ମର ଶରୀରର ଦାହ ସଂସ୍କାର କରାଯାଉ ବୋଲି। ହେଲେ, ତାଙ୍କ ଜୀବନର ଶେଷ ଆଡ଼କୁ ସେ ନିଜର ଇଚ୍ଛା ପ୍ରକଟ କରି ତାଙ୍କ ମର ଶରୀରକୁ କବର ଦେବା ପାଇଁ କହିଥିଲେ। ସେଥିପାଇଁ ପ୍ରଥମେ ସ୍ୱର୍ଗତ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ମର ଶରୀରର ପ୍ରଥମେ ଦାହ ସଂସ୍କାର କରାଯିବା ପରେ ତାଙ୍କର ଚିତାଭସ୍ମକୁ କବର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଫଳରେ ସ୍ୱର୍ଗତ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ଦୁଇଟି ଯାକ ଶେଷ ଇଚ୍ଛା ପୂରଣ ହୋଇପାରିବ’। ଆମେରିକାରେ ରହୁଥିବା ସ୍ୱର୍ଗତ ଫର୍ଣ୍ଣାଣ୍ଡିଜ୍‌ଙ୍କ ଜ୍ୟେଷ୍ଠ ପୁତ୍ର ଆସନ୍ତା କାଲି (ବୁଧବାର) ଆସି ଭାରତରେ ପହଞ୍ଚିବା ପରେ ତାଙ୍କର ଶେଷକୃତ୍ୟ ଆୟୋଜନ କରାଯିବ ବୋଲି କହିଛନ୍ତି ଜୟା।

ମୋଦିଙ୍କ ପାଣ୍ଡବମାନେ ମମତାଙ୍କ କୌରବ ବଂଶକୁ ନିଶ୍ଚିତ ହରାଇବେ: ତ୍ରିପୁରା ମୁଖ୍ୟମନ୍ତ୍ରୀ

January 30, 2019

ମୋଦିଙ୍କ ପାଣ୍ଡବମାନେ ମମତାଙ୍କ କୌରବ ବଂଶକୁ ନିଶ୍ଚିତ ହରାଇବେ: ତ୍ରିପୁରା ମୁଖ୍ୟମନ୍ତ୍ରୀ



ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ନିଜର ପ୍ରଥମ ନିର୍ବାଚନ ରାଲିରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଆସନ୍ତା ଲୋକସଭା ନିର୍ବାଚନକୁ ମହାଭାରତ ଯୁଦ୍ଧ ସହ ତୁଳନା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୌରବ ରାଜା ଧ୍ରୁତରାଷ୍ଟ୍ରଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି କି ମୋଦିଙ୍କ ପାଣ୍ଡବମାନେ ମମତାଙ୍କ କୌରବଙ୍କୁ ନିଶ୍ଚୟ ବଧ କରିବେ। ହୁଗୁଲି ଜିଲ୍ଳାରେ ମଙ୍ଗଳବାର ହୋଇଥିବା ବିଜେପିର ‘ଗଣତନ୍ତ୍ର ବଞ୍ଚାଅ’ ରାଲିରେ ବିପ୍ଲବ ଦେବ ମମତାଙ୍କୁ ଅନ୍ଧ ରାଜା ‘ଧ୍ରୁତରାଷ୍ଟ୍ର’ ବୋଲି ବର୍ଣ୍ଣନା କରିଛନ୍ତି।
ସେ ଧୃତରାଷ୍ଟ୍ରଙ୍କ ସହ ମମତାଙ୍କ ତୁଳନା କରି କହିଛନ୍ତି କି ଜଣେ ଅନ୍ଧ ରାଜାଙ୍କ ପରି ମମତା ନିଜ ଦଳର କର୍ମକର୍ତ୍ତାଙ୍କୁ ଅନ୍ଧ ଭାବେ ସମର୍ଥନ କରି ସେମାନେ କରୁଥିବା ହତ୍ୟାକୁ ଅଣଦେଖା କରୁଛନ୍ତି। ସେ ଆହୁରି ବିି କହିଛନ୍ତି କି ଏପରି କରି ମମତା ନିଜେ ନିଜ ପାଇଁ ଗାତ ଖୋଳୁଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିପ୍ଳବ ଦେବ କହିଥିଲେ କି ତ୍ରୁଣମୂଳ କଂଗ୍ରେସ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ବିପକ୍ଷ ଦଳରେ ସାମିଲ୍‌ ହୋଇଥିବା ୭୦ ରୁ ଊର୍ଧ୍ୱ ରାଜନୈତିକ କର୍ମୀଙ୍କ ହତ୍ୟା କରି ଦିଆଯାଇଛି।

ବିରୋଧୀ ୪‘ବି’କୁ ନେଇ ଆଗାମୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଜେପି ବି ୪‘ବି’କୁ ନେଇ ଲଢ଼ିବ: ଅମିତ୍‌ ଶାହା

January 30, 2019

ବିରୋଧୀ ୪‘ବି’କୁ ନେଇ ଆଗାମୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଜେପି ବି ୪‘ବି’କୁ ନେଇ ଲଢ଼ିବ: ଅମିତ୍‌ ଶାହା


ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଆଜି ବିରୋଧୀ ଦଳଗୁଡ଼ିକ ଉପରେ ପ୍ରବଳ ଆକ୍ରମଣ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ଯେ ବିରୋଧୀ ଦଳଗୁଡ଼ିକ ୪ଟି ‘ବି’କୁ ନେଇ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଜେପି ମଧ୍ୟ ୪ଟି ‘ବି’କୁ ନେଇ ଆଗାମୀ ନିର୍ବାଚନ ଲଢ଼ିବ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା ବିରୋଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ସେମାନେ ୪ଟି ‘ବି’ ‘ବୁଆ- ବବୁଆ’ (ମାୟାବତୀ- ଅଖିଲେଶ) ଓ ‘ଭାଇ- ବହେନ୍‌’ (ରାହୁଲ- ପ୍ରିୟଙ୍କା)ଙ୍କ ଭରସାରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ, ବିଜେପି ଯେଉଁ ୪ଟି ‘ବି’କୁ ଧରି ନିର୍ବାଚନ ମଇଦାନ୍‌କୁ ଓହ୍ଲାଇବ ସେ ୪ଟି ବି ହେଉଛି, ‘ବଢ଼ତା ଭାରତ’; ‘ବନତା ଭାରତ’। ତେଣୁ ଦେଶବାସୀ ବିଚାର କରିବେ କେଉଁ ‘ବି’ ଶାସନ କ୍ଷମତାକୁ ଆସିବ।
ସେହିପରି ବିରୋଧୀ ଦଳଙ୍କ ମହାଗଠବନ୍ଧନକୁ ସମାଲୋଚନା କରି ବିଜେପି ଅଧ୍ୟକ୍ଷ ଶ୍ରୀ ଶାହା କହିଛନ୍ତି ଯେ, ଦୁର୍ନୀତିରେ ଲିପ୍ତ ଦଳଗୁଡ଼ିକ କେବଳ ମାତ୍ର ନିଜକୁ ବଞ୍ଚାଇବା ଲକ୍ଷ୍ୟ ନେଇ ଏହି ମହାଗଠବନ୍ଧନ ତିଆରି କରିଛନ୍ତି। ଏହାର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ। ସେଥିପାଇଁ ମହାଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ପ୍ରତିଦିନ ନୂଆ ନୂଆ ଲୋକଙ୍କ ନାଁ ଶୁଣିବାକୁ ମିଳୁଛି।

ପତ୍ନୀଙ୍କ ଅଫିସ୍‌ରେ ପଶି ୧୬ଥର ଛୁରାମାଡ କଲା ସ୍ୱାମୀ

January 30, 2019

ପତ୍ନୀଙ୍କ ଅଫିସ୍‌ରେ ପଶି ୧୬ଥର ଛୁରାମାଡ କଲା ସ୍ୱାମୀ



ମୁମ୍ବାଇ: ପାଖାପାଖି ଏକ ମାସ ହେବ ଘର ଛାଡ଼ି ଯାଇଥିବା ଜଣେ ମହିଳାଙ୍କ ସ୍ୱାମୀ ତାଙ୍କ ଅଫସରେ ପହଞ୍ଚି ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି। ସ୍ୱାମୀ ପୁଲିସ ନିକଟକୁ ଯାଇ ନିଜ ଦୋଷକୁ ସ୍ୱୀକାର କରି ନେଇଥିଲା। ପୁଲିସ ପତ୍ନୀ ହତ୍ୟାକାରୀଙ୍କୁ ଗିରଫ କରି ନେଇଛି।
ସୂଚନାଯୋଗ୍ୟ, ଭାଇଦରରେ ବସବାସ କରୁଥିବା କୁମାର ଭୋଇର ଓ ପତ୍ନୀ ବିଣାଙ୍କ ୧୪ବର୍ଷ ପର୍ବେ ପ୍ରେମ ବିବାହ ହୋଇଥିଲା। ସ୍ୱାମୀକୁ ନିଜ ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ ହୋଇଥିଲା। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଅନେକ ଦିନ ହେବ ଝଗଡ଼ା ଲାଗି ରହିଥିଲା। ଫଳରେ ବିଣା ଜାନୁଆରି ୨ ତାରିଖରେ ଘର ଛାଡ଼ି ଏକାକି ରହୁଥିଲା। ଆଜି ସକାଳ ୧୦.୩୦ରେ କୁମାର ପତ୍ନୀ ବିଣାଙ୍କ ଅଫିସରରେ ପହଞ୍ଚିଥିଲା। ସେଠାରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ କୁମାର ରାଗି ଯାଇ ବିଣାକୁ ୧୬ଥର ଛୁରାମାଡ କରିଥିଲା। ଫଲରେ ପତ୍ନୀ ସ୍ୱାମୀଙ୍କ ଛୁରାମାଡରେ ତଳେ ପଡ଼ି ଯାଇଥିଲା। ଅଫିସର ଲୋକମାନେ ବିଣାକୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଡାକ୍ତର ସେଠାରେ ବିଣାକୁ ମୃତ ବୋଲି ଘୋଷଣା କରିଥିଲେ।

୭୬ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଦୁଇ ଗିରଫ

January 30, 2019

୭୬ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଦୁଇ ଗିରଫ 



ବାରଙ୍ଗ/ଖଣ୍ଡଗିରି : ଆଜି ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ମୋଟ ୭୬ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ ହୋଇଛି। ବାରଙ୍ଗ ରେଳଷ୍ଟେସନ୍‌ ନିକଟରୁ ୫୫ ଗ୍ରାମ୍‌ ଓ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ପୁରୁଣା ଟୋଲଗେଟ୍‌ ନିକଟରୁ ୨୧ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏହାସହ ଏହି ବେଆଇନ କାରବାର ଚଳାଇଥିବା ୨ ବେପାରୀଙ୍କୁ ଗିରଫ କରାଯାଇଛି।
କଟକ ଅବକାରୀ କେନ୍ଦ୍ର ଗୁଇନ୍ଦା ବିଭାଗ କର୍ମଚାରୀମାନେ ଆଜି ବାରଙ୍ଗ ରେଳ ଷ୍ଟେସନ୍‌ ନିକଟରେ ଚଢ଼ଉ କରି ୫୫ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରିଛନ୍ତି। ଏହାସହ ଏହି ବେଆଇନ କାରବାର ଚଳାଇଥିବା ଜଣେ ବେପାରୀକୁ ଗିରଫ କରାଯାଇଛି। ସେ ହେଲା, ସ୍ଥାନୀୟ ପଦାସାହି ଗ୍ରାମର ରମେଶ ଚନ୍ଦ୍ର ବେଉରା। ପୁଲିସ ସୂଚନା ଅନୁଯାୟୀ, ଗତ ବର୍ଷ ମେ’ ୨ ତାରିଖ‌ରେ ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିବା ସହ ତା’ ନିକଟରୁ ୧୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଥିଲା। ତେବେ ଜେଲ୍ ଦଣ୍ଡ ଭୋଗି ସାରି ସେ ନିକଟ ଅତୀତରେ ଫେରିଥିଲା। ଗତ କିଛି ଦିନ ତଳେ ସେ ପୁଣିଥରେ ବ୍ରାଉନ୍‌ସୁଗାର କାରବାର କରୁଥିବା ଅଭିଯୋଗ ପାଇବା ପରେ ଅବକାରୀ ଗୁଇନ୍ଦା ବିଭାଗ ତା’ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲା। ତେବେ ଆଜି ସେ ଏହି ଧଳା ଜହର ବେପାର କରିବାକୁ ନେଉଥିବା ବେଳେ ଅବକାରୀ ଗୁଇନ୍ଦା କର୍ମଚାରୀମାନେ ତାକୁ ମାଡ଼ି ବସିଥିଲେ। ତେବେ ଏହି ଜହର କାରବାରରେ ପୁଲିସ ଏମିତି କିଛି ବ୍ୟବସାୟୀଙ୍କୁ ଗିରଫ କରୁଥିଲେ ହେଁ ଅସଲ ଅଭିଯୁକ୍ତ ଉଢ଼ୁଆଳରେ ରହି ଯାଉଛନ୍ତି। ଫଳରେ ସେମାନଙ୍କ ବ୍ୟବସାୟ ଚାଲୁ ରହିଛି। ତେଣୁ ଏହି ବ୍ୟବସାୟର ଚୋର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହାର ତଦନ୍ତ କରାଯିବା ଉଚିତ ବୋଲି ସାଧାରଣରେ ଦାବି ହେଉଛି।
ଅପରପକ୍ଷେ ଆଜି ସନ୍ଧ୍ୟାରେ ଯାଁଳା ଫାଣ୍ଡି ପୁଲିସ ଓ କ୍ୟୁଏଟିର ମିଳିତ ଉଦ୍ୟମରେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ପୁରୁଣା ଟୋଲଗେଟ୍‌ ନିକଟରୁ ଜଣେ କୁଖ୍ୟାତ ବ୍ରାଉନ୍ ସୁଗାର ବେପାରୀକୁ ଗିରଫ କରାଯାଇଛି। ସେ ହେଲା, ଖୋର୍ଧା ଟାଉନ୍‌ର ସନ୍ତୋଷ କୁମାର ସାହୁ ଓରଫ୍ ହାଡ଼ୁ। ପୁଲିସ ତା’ ନିକଟରୁ ୨୧ଗ୍ରାମ୍‌ର ବ୍ରାଉନ୍ ସୁଗାର ଓ ନଗଦ ୩୫୦୦ଟଙ୍କା ଜବତ କରିଛି। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ଯାଁଳା ଫାଣ୍ଡି ସୂତ୍ରରୁ ଖବର ମିଳିଛି।
ହାଡ଼ୁ ଦୀର୍ଘ ଦିନ ହେବ ଖୋର୍ଧା ପେଣ୍ଠରୁ ବ୍ରାଉନ୍ ସୁଗାର ନେଇ ଭୁବନେଶ୍ବର ସାଲିଆସାହି ଓ ହଳଦୀପଡ଼ିଆ ବସ୍ତିରେ କାରବାର କରୁଥିଲା। ଏଥିସହିତ ସେ ବରମୁଣ୍ଡା, ଖଣ୍ଡଗିରି ଓ କଳିଙ୍ଗନଗର ଆଦି ଅଞ୍ଚଳରେ ମଧ୍ୟ ଏହି ବିଷ ବେପାର ଚଳାଉଥିଲା। କମିସନରେଟ୍‌ ପୁଲିସ ନିକଟରେ ହାଡ଼ୁ ବାବଦରେ ଖବର ଥିଲେ ବି ତାକୁ ଗିରଫ କରିବା ସମ୍ଭବ ହୋଇନଥିଲା। ଆଜି ସନ୍ଧ୍ୟାରେ ହାଡ଼ୁ ତା’ ବାଇକ୍‌ରେ ମାଲ୍‌ ନେଇ ଖୋର୍ଧାରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ଖବର ପାଇ କ୍ୟୁଏଟି ତାକୁ ଖେର୍ଧାରୁ ପିଛା କରିଥିଲା ଓ ପୂର୍ବରୁ ପ୍ରସ୍ତୁତ ହୋଇ ଯାଁଳା ଫାଣ୍ଡି ପୁଲିସ ଗଙ୍ଗପଡ଼ା ପୁରୁଣା ଟୋଲ ଗେଟ୍‌ ନିକଟରେ ଛକି ରହିଥିଲା। ହାଡ଼ୁ ସେଠାରେ ପହଞ୍ଚିବା ପରେ ପୁଲିସ ଜାଲରେ ପଡ଼ିଥିଲା।
 
Copyright © NEWS 24x7. Designed by iDream Management College Student